ନିଆଁରେ ପୋଡି ହୋଇ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମରେ ନିଆଁ ପୁଉଁ ଥିବାବେଳେ ଶାଢ଼ୀରେ ନିଆଁ ଲାଗି ଗୁରୁତର ହୋଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ପାର୍ବତୀ ମହାନ୍ତ। ସୂଚନା ଅନୁଯାୟୀ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବୃଦ୍ଧା ଜଣଙ୍କ ନିଆଁ ପୁଉଁଥିବାବେଳେ ଅସାବଧନତା ଯୋଗୁଁ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ ହେଁ ସେଠାରେ ପାର୍ବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।