କାଲି ‘ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ’ ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆମ୍ବେଦକର ଜୟନ୍ତୀ ଅବସରରେ ଦିଲ୍ଲୀର ୩ ମୂର୍ତ୍ତି ଭବନରେ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ସମର୍ପିତ ଏକ ସଂଗ୍ରାହଳୟର ଉଦଘାଟନ କରିବେ । ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ସକାଳ ୧୧ଟା ବେଳେ ଉଦଘାଟନ ଉତ୍ସବ ପାଳନ କରାଯିବ ।

ଏହି ସଂଗ୍ରାହଳୟରେ ଦେଶର ୧୪ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟକାଳ ହିସାବରେ ଉଚିତ ସ୍ଥାନରେ ଆବଣ୍ଟିତ କରାଯାଇଥିବା ନେଇ ସଂସ୍କୃତି ମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି । ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଦୂରଦୃଷ୍ଟି ଓ ଉପଲବ୍ଧି ସମ୍ବନ୍ଧରେ ଯୁବପୀଢ଼ୀଙ୍କୁ ପ୍ରେରିତ କରିବା ହେଉଛି ଏହି ସଂଗ୍ରହାଳୟ ନିର୍ମାଣ ପଛର ଉଦ୍ଦେଶ୍ୟ ବୋଲି କୁହାଯାଇଛି ।