ରାଜ୍ୟସଭାରେ ତୈଳଦର ବୃଦ୍ଧି ତାତି, ଗୃହ ୧୧ଟା ଯାଏଁ ମୁଲତବୀ

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟସଭାରେ ଉଠିଲା ତୈଳଦର ବୃଦ୍ଧି ପ୍ରସଙ୍ଗ। ଆଲୋଚନା କରିବାକୁ ଦାବି କଲେ କଂଗ୍ରେସ ସାଂସଦ। ତୈଳଦର ବୃଦ୍ଧିକୁ ନେଇ ଗୃହରେ ହୋହଲ୍ଲା କଲେ ବିରୋଧୀ। ଗୃହକୁ ଦିନ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି।

ରାଜ୍ୟସଭାରେ ଆଜି ତୈଳଦର ବୃଦ୍ଧି ପ୍ରସଙ୍ଗ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ ଉଠାଇଥିଲେ । ପରେ କଂଗ୍ରେସ ସାଂସଦମାନେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ। ଯାହାକୁ ନେଇ ଗୃହରେ ହୋହଲ୍ଲା କରିଥିଲେ ସାଂସଦ। ଫଳରେ ଉପରାଷ୍ଟ୍ରପତି ଗୃହକୁ ଦିନ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।