ଗତକାଲି ଠାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଠାବ, ଅଣ୍ଡର ୱାଟର ଡାଇଭର ଭାବେ ଥିଲେ ଚର୍ଚ୍ଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ପାଣିରେ ଫସିରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ସାହାଯ୍ୟରେ ପାଣି ଭିତରକୁ ଯାଇଥିବା ଓଡ୍ରାଫ ଟିମର ଜଣେ ସଦସ୍ୟ ନିଖୋଜ ଥିଲେ। ତେବେ ଗତକାଲି ଠାରୁ ତାଙ୍କୁ ଖୋଜାଖୋଜି କରାଯାଉଥିବା ବେଳେ ଆଜି ତାଙ୍କ ମୃତ ଦେହ ଠାବ କରାଯାଇଛି। ତାଙ୍କ ନାଁ ହେଉଛି ସୀତାରାମ ମୁର୍ମୁ।

ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ ସେ ବେଶ ଚର୍ଚ୍ଚିତ ଥିଲେ। ତଥାପି ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି। ସୀତାରାମଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଥିଲେ। ତାଙ୍କର ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ମଧ୍ୟ ଅଛନ୍ତି। ସୂଚନା ଅନୁସାରେ ଗତକାଲି ହାତୀକୁ ଉଦ୍ଧାର କରିବାକୁ ଯାଇ ୬ ଜଣିଆ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ନଇ ମଧ୍ୟକୁ ପଶିଥିଲେ, ହେଲେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ରବର ବୋଟ୍‌କୁ ମଧ୍ୟ ଉଠାଇ ଦେଇଥିଲା ତେବେ ସବୁଠାରୁ ବଡ଼ କଥା ହେଲା ଏହି ଅପରେସନ୍ ରେ ମୋଟ୍ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଣିରେ ଫସିରହିଥିବା ହାତୀର ମଧ୍ୟ ଆଜି ମୃତ୍ୟୁ ହୋଇଥିବା ସୁଚନା ମିଳିଛି।