ମମତାଙ୍କ ରୋମ ଗସ୍ତକୁ ରୋକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋମ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିନାହାନ୍ତି। ‘ବିଶ୍ୱ ଶାନ୍ତି ସମ୍ମିଳନୀ’ରେ ଯୋଗ ଦେବା ପାଇଁ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମମତା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ଜାହିର କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇର୍ଷା କରନ୍ତି ବୋଲି କହିଛନ୍ତି।

ମମତା କହିଛନ୍ତି ଯେ, ‘ମୁଁ ବିଦେଶ ଯିବାକୁ ନେଇ ଉତ୍ସୁକ ନୁହେଁ। କିନ୍ତୁ ଏହା ଦେଶର ସମ୍ମାନାର କଥା। ଆପଣ(ମୋଦୀ) ହିନ୍ଦୁ ସମ୍ବନ୍ଧରେ କଥା ହୋଇଥାନ୍ତି ଆଉ ମୁଁ ଜଣେ ହିନ୍ଦୁ ମହିଳା। ଆପଣ କ’ଣ ପାଇଁ ଅନୁମତି ଦେଉନାହାନ୍ତି? ଆପଣ ସମ୍ପୂର୍ଣ୍ଣ ରୂପେ ଇର୍ଷାରେ ଜଳୁଛନ୍ତି।’