ୱାର୍ଲ୍ଡ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପ୍‌, ଭାରତୀୟ ଦଳରେ ଓଡ଼ିଆ ଝିଅ ଝିଲି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ୱେଟ୍‌ଲିଫ୍‌ଟର ଝିଲି ଦଳ ବେହେରା ତାସ୍‌କେଣ୍ଟରେ ଆଗାମୀ ଡିସେମ୍ବରରେ ହେବାକୁ ଥିବା ୱାର୍ଲ୍ଡ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପ୍‌ରରେ ଭାରତର ପ୍ରତିନିଧିତ୍ୱ କରିବେ। ଅଲିମ୍ପିକ୍ ମେଡାଲିଷ୍ଟ ମିରାବାଇ ଚାନୁ ଚାମ୍ପିଅନ୍‌ଶିପ୍‌ରୁ ନାମ ପତ୍ୟାହାର କରିନେବା ଫଳରେ ମହିଳା ୪୯ କେଜି ବର୍ଗରେ ଝିଲିଙ୍କୁ ଭାରତୀୟ ଦଳରେ ତାଙ୍କ ବିକଳ୍ପ ଭାବେ ସାମିଲ କରାଯାଇଛି।