ଦେବଗଡ଼ରେ ଓଡ଼ିଶା ବନ୍ଦ ପ୍ରଭାବ ଶୂନ୍ୟ

ଦେବଗଡ଼,ଏନ୍ଏନ୍ଏସ୍: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲ୍ଲାରେ ଶୂନ୍ୟ ରହିଛି। ସିପିଆଇଏମ ପକ୍ଷରୁ ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ସମର୍ଥନ ଜଣାଇଥିଲେ ହେଁ ଦେବଗଡ଼ ଜିଲ୍ଲାରେ ବାମ ଦଳର ଅନୁପସ୍ଥିତି ଯୋଗୁ ଜିଲ୍ଲାରେ ବନ୍ଦ ପାଳନ ହୋଇ ପାରିନଥିଲା। ଫଳରେ ଅନ୍ୟ ଦିନମାନଙ୍କ ଭଳି ଦୋକାନ ବଜାର ଖୋଲା ରହିଥିବାବେଳେ ଯାତ୍ରୀବାହୀ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିଲା।