ଲୁହପଥର ରପ୍ତାନୀରେ ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର

ଜଗତସିଂହପୁର,ଏନ୍ଏନ୍ଏସ୍: ଲୁହାପଥର ରପ୍ତାନୀରେ ଉଲ୍ଲେଖ୍ୟନୀୟ ସଫଳତା ହାସଲ କରିଛି ପାରାଦ୍ବୀପ ବନ୍ଦର । ବନ୍ଦରରେ ଲାଗିଥିବା ଏମ ଭି ଏରାବେଲା ଜାହାଜରେ ସର୍ବାଧିକ ୧,୪୯,୬୫୧ ମେଟ୍ରକ ଟନ ଲୁହାପଥର ରପ୍ତାନୀ କରାଯାଇଛି । ପୂର୍ବରୁ ବନ୍ଦରରେ ଏପରି ଜାହାଜରେ ସର୍ବାଧିକ ୧,୪୮,୫୦୦ ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ ହୋଇଥିଲା । ଆଜିର ଏହି କାରବାର ବନ୍ଦର ପାଇଁ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଏହା ସମଗ୍ର ଦେଶରେ ପ୍ରଥମ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି । ବିଶ୍ବରର ଅଳ୍ପ କେତେକ ବନ୍ଦରରେ ଏତେ ପରିମାଣର ପଣ୍ୟ ରପ୍ତାନୀ କରାଯାଇଥାଏ । ଏହା ବିଶ୍ବର ସବୁଠୁ ବଡ଼ ରପ୍ତାନୀ ବୋଲି ଏକ ପ୍ରେସବାର୍ତ୍ତାରେ ବନ୍ଦର ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ପୂର୍ବରୁ ଫେବୃଆରୀରେ ପଣ୍ୟ କାରବାରରେ ୧ ଶହ ମିଲିୟନ ମେଟ୍ରିକ ଟନ୍‌ ଅତିକ୍ରମ କରିଥିଲା ପାରାଦ୍ବୀପ ବନ୍ଦର । ଏହାକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରନାଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଚୀନକୁ ଲୁହା ପଥର ରପ୍ତାନୀ ବନ୍ଦ ରହିଥିବାରୁ କିଛି ପରିମାଣର କ୍ଷତି ହୋଇଥିଲେ ମଧ୍ୟ କାର୍ଗୋ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିଲା । ପ୍ରକାଶ ଥାଉ କି ପାରାଦ୍ବୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାରୁ ଲକ୍ଷ୍ୟ ରଖାଯାଇଛି ।

ବନ୍ଦର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ବିନିଯୋଗ ୩୦୦୪.୬୩ କୋଟି ଟଙ୍କା ବିନିଯୋଗ ହେବ । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଘୋଷଣା କରିଥିଲେ ।