କିଶୋର କୁମାରଙ୍କ ବଙ୍ଗଳା ଭଡ଼ାରେ ନେଲେ କୋହଲୀ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଦିବଙ୍ଗତ ଗାୟକ କିଶୋର କୁମାରଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଜି ବି ଖୁବ୍ ଅଧିକ ରହିଛି । ଏହି ତାଲିକାରେ କ୍ରିକେଟ ଖେଳାଳି ବିରାଟ କୋହଲୀ ମଧ୍ୟ ସାମିଲ ରହିଛନ୍ତି । ଆଉ ଏବେ ଖବର ଆସୁଛି କି କିଶୋର କୁମାରଙ୍କ ଘରର ଗୋଟିଏ ଭାଗ ବିରାଟ ଭଡ଼ା ନେଇଛନ୍ତି । ତେବେ ଏହା ପଛର କାରଣ କ’ଣ ରହିଛି ଆସନ୍ତୁ ଜାଣିବା ।

ଖବର ମୁତାବକ, କିଶୋର କୁମାରଙ୍କ ଜୁହୁସ୍ଥିତ ବାସଭବନର ଗୋଟିଏ ଅଂଶ ରେସ୍ତୋରାଁ କରିବା ଲାଗି ବିରାଟ ଭଡ଼ା ନେଇଛନ୍ତି । ଏନେଇ କିଶୋର କୁମାରଙ୍କ ପୁଅ ଅମିତ କୁମାର ସୂଚନା ଦେଇଛନ୍ତି । ଏହି ରୋସ୍ତୋରାଁ କାମ ଅଧା ସରିଗଲାଣି । ଏହି ରେସ୍ତୋରାଁ ଖୁବ୍ ବଡ଼ ହେବା ସହ ପରବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ଏନେଇ ବିରୋଟ କୌଣସି ସୂଚନା ଦେଇ ନାହାନ୍ତି ।