କାଲିଠୁ ଓଡ଼ିଶା ଓପନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ, ଖେଳାଳି ଆସିବା ଆରମ୍ଭ

କଟକ,ଏନ୍ଏନ୍ଏସ୍: ଓଡ଼ିଶା ଓପନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚଳିତ ମାସ ୨୫ରୁ ୩୦ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାରଠାରୁ ଖେଳାଳିମାନେ ଆସିବା ଆରମ୍ଭ ହୋଇଛି। ବ୍ୟାଡ୍‌ମିଣ୍ଟନ ୱାଲ୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍)ସୁପର ୧୦୦ ଟୁର୍ନାମେଣ୍ଟରେ ୧୮ଟି ଦେଶର ୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

କରୋନା ଗାଇଡ୍‌ଲାଇନ୍ ପାଳନ କରି ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ପାଇଁ କୋଭିଡ ଗାଇଡ୍‌ଲାଇନ୍ ଅନୁସାରେ ଖେଳାଳି ୩ ଅଫିସିଆଲମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ନାମ ପଞ୍ଜୀକରଣ ସହ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଛି।

ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଅୟୋଜନ ହେବାକୁ ଯାଉଛି। ଟୁର୍ନାମେଣ୍ଟକୁ ଆଗାମୀ ବଡ଼ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ଭେନ୍ୟୁର ଉନ୍ନତୀକରଣ କରାଯାଇଛି। ଖେଳାଳି ୩ ଅଫିସିଆଲଙ୍କୁ ସ୍ବାଗତ କରିବାକୁ ସେମାନେ ଏବଂ ଯେପରି ସ୍ମରଣୀୟ ସ୍ମୃତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ କ୍ରିଡା ବିଭାଗ ସୂଚନା ଦେଇଛନ୍ତି।