ହିମାଚଳରେ ତୁଷାରପାତ: ଟ୍ରାକିଂରୁ ଫେରୁଥିବା ବେଳେ ୨ ବାଳକ ମୃତ, ୭୦୦ ସଡ଼କରେ ଯାନବାହନ ଚଳାଚଳ ବନ୍ଦ

କାଙ୍ଗଡ଼ା,ଏଜେନ୍ସି: ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ କାରଣରୁ ପରିସ୍ଥିତି ବିଗଡ଼ିବାରେ ଲାଗିଛି। ରାଜ୍ୟରେ ୪ଟି ଜାତୀୟ ରାଜପଥ ସମେତ ମୋଟା ୭୦୦ରୁ ଅଧିକ ସଡ଼କରେ ଯାତାୟତ ବନ୍ଦ ରହିଛି। ଏଭଳି ସମୟରେ ଟ୍ରାକିଂ ପାଇଁ ବାହାରିଥିବା ୪ ଜଣ ସାଙ୍ଗଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତୁଷାରପାତ ଯୋଗୁଁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଧର୍ମଶାଳା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

କାଙ୍ଗଡ଼ା ଏଏସ୍‌ପି ପୁନୀତ ରଘୁ କହିଛନ୍ତି ଯେ, ୪ ଜଣ ବାଳକ ଟ୍ରାକିଂ ପାଇଁ ବାହାରିଥିଲେ। ଶନିବାର ବିଳମ୍ବିତ ସନ୍ଧ୍ୟାରେ ଫେରୁଥିବା ସମୟରେ ପ୍ରବଳ ତୁଷାରପାତର ସାମ୍ନା କରିଥିଲେ। ରବିବାର ସକାଳୁ ୨ ଜଣଙ୍କର ମୃତଦେହ ମିଳିଥିଲା। ୨ ଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କର ଅବସ୍ଥା ଭଲ ରହିଛି।

ଜିଲ୍ଲାପାଳ ନିପୁଣ ଜିନ୍ଦଲ କହିଛନ୍ତି ଯେ, ସ୍ଲେଟ ଗୋଦାମ ନିକଟରେ ୧୬,୧୭ ଓ ୧୮ ବର୍ଷ ବୟସର ୪ ଜଣ ବାଳକ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଘଣକୁ ଫେରୁଥିବା ବେଳେ ତୁଷାରପାତର ସାମ୍ନା କରିଥିଲେ। ସେମାନେ ନିଖୋଜ ହୋଇଯିବା ପରେ ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ବହୁ ଖୋଜାଖୋଜି ପରେ ପାଇଥିଲେ। କିନ୍ତୁ ଏହି ଅଞ୍ଚଳରେ ଲଗାତାର ତୁ‌ଷାରପାତ ଯୋଗୁଁ ପରିସ୍ଥିତି ବିଗିଡିଛି।