କୁଆଁପାଳ, ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ ଜେଏନ କଲେଜ ପରିସରରେ ଆୟୋଜିତ ରକ୍ତ ଦାନ ଶିବିରକୁ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସମାନ୍ତରାୟ, ମୋ ପରିବାର କଟକ ଜିଲ୍ଲା କୋଡିନେଟର ରଞ୍ଜନ କୁମାର ବିଶ୍ୱାଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ବ୍ଲକ ବିଜେଡି ଉପସଭାପତି ସଦାଶିବ ଦାସ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଆଇନଜୀବୀ କ୍ଷମାସାଗର ଦାସ, ଦେବୀପ୍ରସାଦ ପଲେଇ, ଶ୍ରୀନିବାସ ରାଉତରାୟ, ରାକେଶ ସାହୁ, ତ୍ରିନାଥ ଜେନା, ଅନୁପମ ମିଶ୍ର, କିଶୋର ରାଉତ, ହିତେଶ ରାଉତ, ଦେବେନ୍ଦ୍ର ମହାନ୍ତି,ଦିପ୍ତିରଞ୍ଜନ ସ୍ୱାଇଁ, ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।