ଆଜି ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ସଂଖ୍ୟା ୨୯୩୭୪୧କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯୩୭୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୦ଜଣ ସୁସ୍ଥ ହୋଇଛନ୍ତି।

ସେହିପରି, ସୁନ୍ଦରଗଡରୁ ୭୯, ବାଲେଶ୍ୱରରୁ ୭୬, ବଲାଙ୍ଗିରରୁ ୭୬, କଟକରୁ ୭୪, କେନ୍ଦୁଝରରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡାରୁ ୬୧, ଜଗତସିଂହପୁରରୁ ୫୯, ବରଗଡରୁ ୫୭, କେନ୍ଦ୍ରାପଡାରୁ ୪୪, ପୁରୀରୁ ୪୩, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଞ୍ଜାମରୁ ୨୨, ଭଦ୍ରକରୁ ୨୦, କୋରାପୁଟରୁ ୨୦, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୩, ଝାରସୁଗୁଡାରୁ ୧୨, ରାୟଗଡାରୁ ୧୧, ଦେବଗଡରୁ ୯, ନୟାଗଡରୁ ୯, ସୋନପୁରରୁ ୮, ମାଲକାନଗିରିରୁ ୬, ଗଜପତିରୁ ୩ ବୌଦ୍ଧରୁ ୨ ଏବଂ ଷ୍ଟେଟପୁଲରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।