ସଇଁନ୍ତଳା,ଏନ୍ଏନ୍ଏସ୍: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହି ୬ ଘଣ୍ଟିଆ ବନ୍ଦ ଡାକରାକୁ ଟିଟିଲାଗଡ଼ ଓ ସଇଁନ୍ତଳା କଂଗ୍ରେସ ସମର୍ଥନ ଜଣାଇବା ସହିତ ସଇଁନ୍ତଳାରୁ ଟିଟିଲାଗଡ଼କୁ ଏକ ବାଇକ ରେଲି କରିଥିଲା। ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ନେତୃତ୍ୱ ଓ ପୂର୍ବମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ଆନ୍ଦୋଳନକୁ ସମର୍ଥନ କରି ନିଜେ ଏକ ବାଇକ ରେଲିରେ ଟିଟିଲାଗଡ଼ ପର୍ୟ୍ୟନ୍ତ ପହଁଚିଥିଲେ। ପରେ ସଇଁନ୍ତଳା ଥାନା ସମ୍ମୁଖରେ ଧାରଣା ଦେବା ସହ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ଗିରଫ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଦାବି କରିଛନ୍ତି। ଅନ୍ୟପଟେ ଟିଟିଲାଗଡ଼ ଥାନାରୁ ଗୋବିନ୍ଦ ସାହୁ ଫେରାର ମାରିବାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଏବଂ ସ୍ମାର୍ଟ କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ।