ପାଟଣାଗଡ଼ରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ସଫଳ

ପାଟଣାଗଡ଼,ଏନ୍ଏନ୍ଏସ୍: ସମଗ୍ର ଓଡ଼ିଶାରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାରୁ ଆଜି ପାଟଣାଗଡ଼ରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ପ୍ରଦେଶ କଂଗ୍ରେସ ସଦସ୍ୟ ଅନୀଲ ମେହେରଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ସ୍ଥାନୀୟ ରାମପୁରରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ କଡ଼ା ବ୍ୟବସ୍ଥା କରାଯାଇଥିଲା। ପାଟଣାଗଡ଼ ବ୍ଲକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ପିସିସି ସଭ୍ୟ ସିଦ୍ଧାର୍ଥ ମିଶ୍ର, ସୁରେଶ ମେହେର, ସୁବନ ଖାନ ଓ ଗଜିନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ।