ପାଟଣାରେ ଓଡ଼ିଶା ବନ୍ଦର ପ୍ରଭାବ, ଏନଏଚ ୪୯ ନିହ୍ନୁଆଁ ନିକଟରେ ରାସ୍ତାରୋକ କଲା କଂଗ୍ରେସ

ପାଟଣା,ଏନ୍ଏନ୍ଏସ୍: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ପାଟଣାରେ ମଧ୍ୟ ପଡିଛି। ସିପିଆଇଏମ ପକ୍ଷରୁ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି।

ଓଡିଶା ବନ୍ଦକୁ ସମର୍ଥନ କରି ସକାଳ ୬ରୁ ତୁରୁମୁଙ୍ଗା ସହରରେ ପିକେଟିଂ କରାଯାଇ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି। ଫଳରେ ରାସ୍ତାର ଉଭୟ ପଟରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଫଳରେ ବହୁ ଗାଡି ମୋଟର ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି। ଏହି ବନ୍ଦ ସକାଳ ୬ରୁ ଦିନ ୧୨ଟା ଯାଏଁ ଜାରି ରହିବ ବୋଲି ପାଟଣା ବ୍ଲକ୍ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ କହିଛନ୍ତି।