Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୪ ବର୍ଷର ଓଡିଆ ପୁଅ ୧୩ଟି ଭାଷାରେ ପ୍ରସ୍ତୁତ କଲେ ଫେସବୁକ୍‌ର ବିକଳ୍ପ ଆପ୍ ‘ରାଉଟର’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୪ ବର୍ଷର ଓଡିଆ ପୁଅ ୧୩ଟି ଭାଷାରେ ପ୍ରସ୍ତୁତ କଲେ ଫେସବୁକ୍‌ର ବିକଳ୍ପ ଆପ୍ ‘ରାଉଟର’

ସମ୍ବଲପୁର,ଏନ୍ଏନ୍ଏସ୍: ଛୋଟ ବୟସରେ ବଡ଼ କାମ। ନବମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷର ନାବାଳକ ୧୩ଟି ଭାଷାରେ ତିଆରି କଲେ ଫେସବୁକ୍‌ର ବିକଳ୍ପ ଆପ୍ ‘ରାଉଟର’। ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇ ଚର୍ଚ୍ଚାରେ ସମ୍ବଲପୁର ନାକଟିଦେଉଳ କୁଡାନାଳିର ଆୟୁଷ ରଞ୍ଜନ ରାଉତ।

ଗତ ବର୍ଷ ଲକ଼ଡାଉନ ସମୟରେ ଆୟୁଷ ନିର୍ମାଣ କରିଥିଲେ ଦେଶୀ ଫେସବୁକ୍ ଆପ ‘ରାଉଟର’ ଓ ଟିକଟକ୍ ଆପ ‘ରଙ୍ଗିଲା’। ରାଉଟରକୁ ୧୩ଟି ଭାଷାରେ ଡେଭଲପ କରିଛନ୍ତି ସେ। ଓଡିଆ, ବଙ୍ଗଳା, ଗୁଜରାଟି, ମରାଠୀ, ଇଂରାଜୀ, କନ୍ନଡ ପରି ୧୩ଟି ଭାଷାରେ ରାଉଟର ଆପକୁ ତିଆରି କରିଛନ୍ତି ଆୟୁଷ। ଫେସବୁକଠୁ ଆହୁରି ଭଲ ଭଲ ଫିଚର ଏଥିରେ ରହିଥିବା ଦାବି କରିଛନ୍ତି ଆୟୁଷ। ଏହାର ଲୋକାର୍ପଣ ପାଇଁ ସାଂସଦ ନୀତେଶ ଗଙ୍ଗଦେବଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଆୟୁଷ।

ପୁଅର ସଫଳତାରେ ବାପା-ମାଆଙ୍କ ବହୁତ ଖୁସି ଅଛନ୍ତି। ଆୟୁଷ ନିଜ ଇନୋଭେସନ ପାଇଁ ଯାହା କିଛି ଦରକାର କରନ୍ତି ବାପା-ମାଆ ନିଜ ସାମର୍ଥ୍ୟ ହିସାବରେ ସବୁ ଯୋଗାଇବା ସହ ପୁଅକୁ ପୂର୍ଣ୍ଣ ସମର୍ଥନ କରନ୍ତି। ଭର୍ଚୁଆଲ ମାଧ୍ୟମରେ ପୁଅ ଡେଭଲପ୍ କରିଥିବା ଆପ୍ ଉଦଘା଼ଟନ ପାଇଁ ପ୍ରଧାନମନ୍ତ୍ରୀ ଅନୁମତି ଦେବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି। ଏପର୍ଯ୍ୟନ୍ତ ଆୟୁଷ ୧୫ଟି ୱେବସାଇଟ ନିର୍ମାଣ କରିସାରିଲେଣି। ଆଗକୁ ଆଇଏଏସ ଅଫିସର ହେବା ଲକ୍ଷ୍ୟ ରଖିଛନ୍ତି।