ଡେଲାଙ୍ଗ,ଏନ୍ଏନ୍ଏସ୍: ଡେଲାଙ୍ଗ ବ୍ଲକର ଇନ୍ଦିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଷ୍ଠ ଶ୍ରେଣୀର ଛାତ୍ର ପ୍ରସାଦ ବେହେରାଙ୍କୁ ଓଡିଶା ସାହିତ୍ୟ ଏକାଡେମି ପକ୍ଷରୁ ପୁରସ୍କୃତ କରାଯାଇଛି। ଏହି ଛାତ୍ର ଜଣକ ବକ୍ତୃତା ପ୍ରତିଯୋଗିତାରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ। ରାଜ୍ୟ ସ୍ତରରେ କନିଷ୍ଠ ବିଭାଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭୁବନେଶ୍ୱର ସ୍ଥିତ ଭଞ୍ଜକଳାମଣ୍ଡପ ପରିସରରେ ରାଜ୍ୟ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରସାଦଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।