ବିଦ୍ୟାଳୟ ରୂପାନ୍ତରିକରଣ ପାଇଁ ପ୍ରସ୍ତୁତି ବୌଠକ

ଡେଲାଙ୍ଗ,ଏନ୍‌ଏନ୍‌ଏସ୍: ଡେଲାଙ୍ଗ ବ୍ଲକ୍‌ ପରିସରରେ ଆଜି ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରିକରଣ ପାଇଁ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୌଠକରେ ପିଡି ଡିଆରଡିଏ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ସନ୍ତୋଷ କୁମାର ଚୌଧୁରୀ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, ଯନ୍ତ୍ରୀ ଚିତ୍ରତ୍ପଳା ନାୟକ, ଶୁଭ୍ରାଜିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ସ୍ଥିତ ସମ୍ପର୍କରେ ପ୍ରଧାନଶିକ୍ଷକ ମାନଙ୍କୁ ପଚାରିି ବୁଝିଥିଲେ। ଏହା ସହିତ ରୂପାନ୍ତରିକରଣ ହେବାକୁ ଥିବା ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବୌଠକରେ ବିଦ୍ୟାଳୟର ଛାତ୍ର ସଂସଦ ତଥା ଆଲମିନ୍ କମିଟି ଓ ଅଭିଭାବକ କମିଟିଙ୍କୁ ନେଇ ବୌଠକ କରିବା, ନବ ନିର୍ମାଣ କାର୍ଯ୍ୟକୁ ସଠିକ୍ ଭାବେ ତଦାରଖ କରିବା ଦିଗରେ ଗୁତୁତ୍ୱ ଦିଆଯାଇଥିଲା। ରାଜ୍ୟସରକାର ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେବା ସହିତ ଗ୍ରାମାଞ୍ଚଳର ଉଚ୍ଚ ବିଦ୍ୟାଳୟ ଗୁଡିକୁ ୫ଟିରେ ସାମିଲ କରି ରୂପାନ୍ତରିକରଣ କରୁଛନ୍ତି। ଫଳରେ ସହରାଞ୍ଚଳର ଛାତ୍ରଛାତ୍ରୀମାନେ ପାଉଥିବା ସମସ୍ତ ସୁବିଧା ଗ୍ରାମାଞ୍ଚଳର ପିଲାମାନେ ପାଇପାରିବେ।

ଡେଲାଙ୍ଗ ବ୍ଲକର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୨ଟି ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ତୃତୀୟ ପାର୍ଯ୍ୟାୟରେ ଆହୁରୀ ୯ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ଡେଲାଙ୍ଗ ବ୍ଲକରେ ମୋଟ ୨୧ଟି ବିଦ୍ୟାଳୟକୁ ୫ଟି ସାମିଲ କରାଯାଇଛି। ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ, କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ଖଣ୍ଡିମଙ୍ଗଳପୁର ଉଚ୍ଚ ବିଦ୍ୟାଳୟ, ବରାହୀ ବିଦ୍ୟାପୀଠ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଡିପୁଟ ମାଟିଆପଡା, ଉତ୍କଳ ଗୌରବ ବିଦ୍ୟାନିକେତନ ସିଂହବ୍ରହ୍ମପୁର, ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଳକଣା ବିଦ୍ୟାଳୟ ଗୁଡିକୁ ଏହି ୩ୟ ପର୍ଯ୍ୟାୟରେ ସାମିଲ କରାଯାଇଛି। ଅତ୍ୟାଧୁନିକ ତଥା ସ୍ମାର୍ଟ ଶ୍ରେଣୀ ଗୃହ, ଇଲାଇବ୍ରେରୀ ଓ ଖେଳପଡିଆ ଆଦିର ସୁବିଧା ପିଲମାନେ ପାଇପାରିବେ। ଚନ୍ଦ୍ରଶେଖର, ବୋଳକଣା ଓ ଖଣ୍ଡି ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟ ଗୁଡିକରେ ନୂତନ ଗୃହ ନିର୍ମଣା କରାଯିବ ବୋଲି ଆଲୋଚନା ହୋଇଥିଲା।