ବିଜେପି ପକ୍ଷରୁ ଓବିସି ସଚେତନତା ରଥକୁ ସ୍ୱାଗତ ଓ ପଥପ୍ରାନ୍ତ ସଭା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁରରେ ବିଜେପି ପକ୍ଷରୁ ଓବିସି ରଥକୁ ସ୍ୱାଗତ କରାଯିବା ସହ ପଥପ୍ରାନ୍ତ ସଭା କରାଯାଇଛି । ଦୀର୍ଘ ୨୦ ଦିନ ଯାତ୍ରା ଆରମ୍ଭ କରି ଓବିସି ସଚେତନତା ରଥ ଆଜି ନବରଙ୍ଗପୁର ପହଞ୍ଚିଛି । ଡାବୁଗାଁ, ଉମରକୋଟ, ଚାନ୍ଦାହାଣ୍ଡି ଓ ଝରିଗାଁ ବ୍ଲକକୁ ମଧ୍ୟ ଉକ୍ତ ସଚେତନ ରଥ ଭ୍ରମଣ କରିସାରିଛି । ନବରଙ୍ଗପୁର ଗାନ୍ଧୀ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ସରକାରଙ୍କ ଓବିସିଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଶିକ୍ଷା, ଚାକିରି ଓ ରାଜନୈତିକ ସଂରକ୍ଷଣରୁ କିପରି ଭାବେ ଚଞ୍ଚକତା କରି ୨୭ ପ୍ରତିଶତ ନ୍ୟାର୍ଯ୍ୟ ଦାବୀ ପାଇବାରୁ ଓଡ଼ିଶାର ସମଗ୍ର ଜନସଂଖ୍ୟାର ୫୨ପ୍ରତିଶତ ଥିବା ଏକ ବିଶାଳ ବର୍ଗଙ୍କୁ ବଞ୍ଚିତ କରୁଛନ୍ତି ତା’ ଉପରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ଭବିଷ୍ୟତରେ ଓବିସିଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାର ସମ୍ବେଦନଶୀଳତାର ସହ ସମାଧାନ ନକଲେ ରାଜରାସ୍ତାରେ ସଂଗ୍ରାମ କରିବାର ଚେତାବନୀ ଦିଆଯାଇଥିଲା । ଏହି ପଥପ୍ରାନ୍ତ ସଭାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ଉପସଭାପତି ରାମ ଚନ୍ଦ୍ର ବେହେରା, ସୁକାନ୍ତ ବିଶ୍ୱାଳ, ସୁବୋଧ ବାରିକ, ପୌରାଧ୍ୟକ୍ଷ କୁନୁ ନାୟକ, ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ର ଓ ଶୁଭମ ଚୌଧୁରୀଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।