ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୩-୨୪ ବର୍ଷ ପାଇଁ ପାଟଣାଗଡ଼ ବଣିକ ସଂଘର ନୂତନ କର୍ମକର୍ତ୍ତା ପୂର୍ବରୁ ହୋଟେଲ ଶାରଦାରେ ମନୋନୀତ କରାଯାଇଥିଲା । ଆଉ ଆଜି ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ ପାଟଣାଗଡ଼ ନିକଟବର୍ତ୍ତୀ କାହ୍ନାନର୍ସରୀରେ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଆଇନ ପରାମର୍ଶଦାତା ସିଦ୍ଧାର୍ଥ ମିଶ୍ର ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ବଣିକ ସଂଘର ସଭାପତି ରାଜେଶ କୁମାର ମେହେର, ଉପସଭାପତି ମହନ କୁଦେଇ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ମେହେର, ସହସମ୍ପାଦକ ନିତେଶ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଭାବେ ମୁକେଶ ଶର୍ମାଙ୍କ ସହ ସଂଘର କାର୍ଯକାରୀ କମିଟିରୁ୨୭ ଜଣ କର୍ମକର୍ତ୍ତା ମନୋନୀତ କରାଯାଇଛି ବୋଲି ସଭାପତି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସଂଘ ତରଫରୁ ଏକ ରକ୍ତଦାନ ଶିବିର କରାଯିବା ସହ ପାଟଣାଗଡ଼ ଡାକ୍ତରଖାନା ଓ ବୃଦ୍ଧାଶ୍ରମରେ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଶପଥ ସମାରୋହରେ ୭୦୦ରୁ ଊର୍‌ଦ୍ଧ୍ୱ ବ୍ୟବସାୟୀ ଉପସ୍ଥିତ ଥିଲେ । ଶେଷରେ ସଂଘର ସମ୍ପାଦକ ପ୍ରଫୁଲ୍ଲ ମେହେର ଧନ୍ୟବାଦ ଦେଇଥିଲେ ।