ପୁଣି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ପଦରୁ ଖସିଲେ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ପୁଣିଥରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ପଦରୁ ଖସି ଯାଇଛନ୍ତି । ମସ୍କଙ୍କୁ ଲୁଇ ବିଟନର ସିଇଓ ତଥା ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ୍ ଆର୍ଣ୍ଣାଲ୍ଟ ପୁଣିଥରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହେବାରେ ସଫଳ ହୋଇଛନ୍ତି । ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଏଲନ ମସ୍କଙ୍କ ସମ୍ପତ୍ତି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୭.୭୧ ବିଲିୟନ ଡଲାର କମି ଯାଇଥିଲା । ଏହାପରେ ତାଙ୍କ ମୋଟ ସମ୍ପତ୍ତି କିଛି ବଢ଼ି ଆଜି ସକାଳ ସୁଦ୍ଧା ୧୮୧ ବିଲିୟନ ଡଲାର ପହଞ୍ଚିଯାଇଛି ।

ଅନ୍ୟପଟେ ବର୍ଣ୍ଣାଡ୍ ଆର୍ଣ୍ଣାଲ୍ଟଙ୍କ ସମ୍ପତ୍ତି ୨.୨୮ ବିଲିୟନ ଡଲାର ବଢ଼ି ୧୮୯ ବିଲିୟନ ଡଲାରରେ ପହଞ୍ଚିଯାଇଛି ।