ଜାତୀୟସ୍ତରୀୟ ପୋଷଣ ମାସ ପାଳିତ

ନବରଙ୍ଗପୁର, ଏନ୍‌ଏନ୍‌ଏସ୍‌: ଜିଲ୍ଲାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ପିଏଚଆରଏସ(PHRC ) ସଂସ୍ଥା ଓ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ (ICDS)ର ମିଳିତ ପ୍ରୟାସରେ ପୋଷଣ ମାସ ପାଳନ ଆରମ୍ଭ କରାଯାଇଛି । ଏହି ଅବସରରେ ପାପଡ଼ାହାଣ୍ଡି ଓ ଝରିଗାଁ ବ୍ଲକର ୩୦ଟି ଗ୍ରାମରେ ଶିଶୁ ଗୃହ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ମିଳିତ ସହଯୋଗରେ ଗ୍ରାମର ଗର୍ଭବତୀ, ପ୍ରସୂତି, କିଶୋରୀ, ବାଳିକା ଓ ଗ୍ରାମର ମହିଳାଙ୍କୁ ନେଇ ପୋଷଣ ମାସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୁପୋଷଣ କିପରି ଦୂର କରିପାରିବା ସେନେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା । ସେହିପରି ଭାବେ ନିଜ ନିଜ ବାଡ଼ି ବଗିଚାରେ ପୋଷଣ ବଗିଚା କରିବା ନିମନ୍ତେ ପ୍ରୋତ୍ସାହିତ କରାଯିବା ସହ ସନ୍ତୁଳିତ ଆହାର ସମ୍ବନ୍ଧରେ ଆଲୋଚନା କରାଯାଇଛି । ବୟସାନୁସରେ ଖାଦ୍ୟରେ ଅନୁପାତ କମିଗଲେ କୁପୋଷଣର ଶିକାର ହେଲେ ଶିଶୁର ବିକାଶ ସୃଷ୍ଟି ହେବାରେ ବିଭିନ୍ନ ପ୍ରତିବନ୍ଧକ ବିଷୟରେ ଆଲୋକପାତ କରାଯାଇଥିଲା । କିଶୋରି ଅବସ୍ଥାରେ ବାଳିକାମାନେ କୁପୋଷଣ ମୁକ୍ତ ରହିଲେ ବିବାହର ପରବର୍ତ୍ତୀ ଅବସ୍ଥାରେ ନିଜ ଶିଶୁଙ୍କୁ ମଧ୍ୟ କୁପୋଷଣଠାରୁ ଦୂରେଇ ରଖିପାରିବେ ବୋଲି ପିଏଚଆରଏସର ବ୍ଲକ ସଂଯାଜକ ମନୋରଞ୍ଜନ ବିଷୋୟୀ ଓ ପ୍ରଣବ ମୁଖୀ ବୁଝାଇଥିଲେ । ଏହାସହ ସ୍ଥାନୀୟ ଆଶା, ଅଙ୍ଗନବାଡି କର୍ମୀ ଓ ଶିଶୁଗୃହ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।