ନୂହଁ ହିଂସା ମାମଲା: ୯୩ ଏଫଆଇଆର ଓ ୧୭୬ ଗିରଫ

ହରିୟାଣା: ହରିୟାଣାର ମେବାତ ଜିଲ୍ଲାସ୍ଥିତ ନୂହଁରେ ଜାରି ରହିଥିବା ହିଂସା ପରର ସ୍ଥିତିକୁ ନେଇ ହରିୟାଣା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଟୀବୀଏସଏନ ପ୍ରସାଦ ବିଶେଷ ସୂଚନା ପ୍ରଦାନ କରିଛନ୍ତି । ହିଂସା ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ୫ ଜିଲ୍ଲାରେ ମୋଟ ୯୩ ଏଫଆଇଆର ଦାୟର ହୋଇଛି ।

ମୁଖ୍ୟ ସଚିବଙ୍କ ମୁତାବିକ, ନୂହଁରେ ୪୬, ଫରୀଦାବାଦ ଓ ରେବାଡିରେ ୩ ଲେଖାଏଁ, ଗୁରୁଗ୍ରାମରେ ୨୩ ଓ ପଲବଲରେ ୧୮ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୭୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୬୭ ଜଣଙ୍କୁ ଅଟକ ରଖାଯାଇଛି । ଆମେ ଯାଞ୍ଚ ଜାରି ରଖିଛୁ ଏବଂ କାହାକୁ ବି ଛଡ଼ାଯିବନି ।