ଦୃଷ୍ଟିହୀନ ଆଥଲେଟ୍ ଈଶ୍ୱରୀ ନିଷାଦଙ୍କ ଏସିଆ ପାରା ଆଥଲେଟିକ୍ସ ଖେଳରେ ଏଣ୍ଟ୍ରି

ଛତିଶଗଡ଼: ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାସ୍ଥିତ ଦୃଷ୍ଟିହୀନ ଆଥଲେଟ୍ ଈଶ୍ୱରୀ ନିଷାଦ ଏସିଆ ପାରା ଆଥଲେଟିକ୍ସ ଖେଳ ପାଇଁ କ୍ୱାଲିଫାୟ କରିଛନ୍ତି । ଈଶ୍ୱରୀ ଛତିଶଗଡ଼ର ପ୍ରଥମ ଦୃଷ୍ଟିହୀନ ଆଥଲେଟ ଯିଏକି ଲଗାତାର ଭାବେ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ଚାମ୍ପିଆନସିପରେ ପଦକ ଜିତିଛନ୍ତି । ଈଶ୍ୱରୀଙ୍କ ଖେଳ ପ୍ରତିଭାକୁ ଦେଖି ଛତିଶଗଡ଼ ସରକାର ତାଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରିଛନ୍ତି ।

ଏସିଆ ପାରା ଆଥଲେଟିକ୍ସ ଖେଳ ସେପ୍ଟେମ୍ବର ୨୩ରୁ ଚୀନର ହାଙ୍ଗଝୁରେ ଆୟୋଜିତ ହେବ । ଏଥିରେ ଈଶ୍ୱରୀ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।