ନୂଆପଡା,ଏନ୍ଏନ୍ଏସ୍: ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡା ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟର କିରାଣି ପ୍ରତିମା ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବା ପାଇଁ ଲାଞ୍ଚ ନେଉଥିଲେ। ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାମୀ ଶ୍ରୀକାନ୍ତ ନାୟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶନିବାର ଦିନ ହସ୍ପିଟାଲ କାର୍ଯ୍ୟାଳୟରେ ଲାଞ୍ଚ ନେବା ସମୟରେ ଧରିଲା ଟିମ୍ ଧରିଛି।
ସୂଚନା ଅନୁଯାୟୀ ପୂର୍ବରୁ ଉକ୍ତ କିରାଣି ଜଣଙ୍କ ଶ୍ରୀ ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ। ଏଭଳି ଜିଲ୍ଲାର ଅନେକ ମହିଳା ସ୍ୱାସ୍ଥକର୍ମୀଙ୍କ ଠାରୁ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ଜଣାପଡିଛି। ଆଜି ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ରେଡ଼ କରି ତାଙ୍କୁ କାବୁ କରିଛି। ତେବେ କଳାହାଣ୍ଡି ନୂଆପଡା ଡିଏସପି ସତ୍ୟବାନ ମହାନନ୍ଦ, ପ୍ରମିଳା ସୁନା, ନୂଆପଡା ଅଧିକାରୀ ଦୀନବନ୍ଧୁ ବେହେରା ଚଢ଼ଉ ବେଳେ ସାମିଲ ଥିଲେ।