୨୩ରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ: ବିଏମସି କମିସନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୩ ତାରିଖରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ। ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି। ଏନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି। ଆଲୋଚନା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିସନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

କୋଭିଡ୍ ସଂକ୍ରମଣ ଯୋଗୁଁ ଦୀର୍ଘ ୩ ମାସ ହେଲା ବନ୍ଦ ରହିଛି ସମସ୍ତ ମନ୍ଦିର। ତେବେ ଅଗଷ୍ଟ ଗାଇଡଲାଇନରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ। ସେହିକ୍ରମରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧୀରେଧୀରେ ଖୋଲିବାକୁ ଲାଗିଛି।