ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୭ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ହୋଇଥିବା ଆଲୋଚନାରେ ସାମିଲ ହୋଇଥିବା ୭ଟି ଦେଶର ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଋଷ, ଇରାନ, କାଜକିସ୍ତାନ, କିର୍ଗିସ୍ତାନ, ତାଜକିସ୍ତାନ, ତୁର୍କମନିସ୍ତାନ ଓ ଉଜ୍ଜେକିସ୍ତାନର ସୁରକ୍ଷା ଅଧିକାରୀ ସାମିଲ ହୋଇଥିଲେ।

ଏହି ଅବସରରେ ଅଜିତ ଡୋଭାଲ କହିଛନ୍ତି ଯେ, ଆଫଗାନିସ୍ତାନ ସ୍ଥିତିକୁ ନେଇ କ୍ଷେତ୍ରୀୟ ଦେଶ ମଧ୍ୟରେ ବର୍ତ୍ତମାନ ବିଚାର-ବିମର୍ଶ, ଅଧିକ ସହଯୋଗ ଓ ସମନ୍ୱୟର ସମୟ। ଆମ ବିଚାର ବିମର୍ଶ ଆଫଗାନିସ୍ତାନ ଲୋକଙ୍କୁ ସାହଯ୍ୟ କରିବା ସହ ସାମୁହିକ ସୁରକ୍ଷା ବଢ଼ାଇବାରେ ସହଯୋଗ କରିବ ବୋଲି ମୁଁ ଆଶା କରୁଛି।