ବାଡ଼ମେରରେ ଟ୍ରକ-ବସ୍ ମୁହାଁମୁହିଁରୁ ଲାଗିଲା ନିଆଁ, ୮ ମୃତ

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ବାଡ଼ମେରର ପଚପଦରା ପାଖରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ହେବା ଯୋଗୁ ନିଆଁ ଲାଗି ଯାଇଥିଲା। ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ମଧ୍ୟ କରାଯାଉଛି। ଉକ୍ତ ଘଟଣା ଘଟିବା ପରେ ପାଖରେ କାମ କରୁଥିବା କିଛି ଶ୍ରମିକ ବସରୁ ୨୫ଜଣ ଯାତ୍ରୀଙ୍କୁ ବାହାର କରି ନାହଟା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନା ମିଳିବା ପରେ ପଚପଦରା ପୁଲିସ ଘଟଣାସ୍ଥଳରେ ପହଂଚିଛି। ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ପହଂଚିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।