ଏନପିସି ଓପନ ବଡି ବିଲ୍ଡିଂ : ମିଷ୍ଟର ଓଡିଶା ହେଲେ ଜଗନ୍ନାଥ ଖୁଣ୍ଟିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା। ଚମ୍ପିୟନସିପରେ ମିଷ୍ଟର ଓଡିଶା ହେଲେ ଜଗନ୍ନାଥ ଖୁଣ୍ଟିଆ। ଏହାସହ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜୋଷ୍ଣାରାଣୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ଏହି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିୟନସିପରେ ସାରା ଦେଶରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ତେବେ ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡିଶା ହୋଇଛନ୍ତି। ସେ ସବୁ କ୍ୟାଟେଗୋରୀରେ ଚାମ୍ପିୟନ୍ସ ହୋଇଛନ୍ତି। ଏହାସହ ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ସେହିପରି ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଛି ଗୋଲଡ଼ ମେଡାଲ । କେବଳ ଏତିକି ନୁହେଁ ଜୋଷ୍ଣାରାଣୀ ବେଷ୍ଟ ପୋଜର ଆୱାର୍ଡ ମଧ୍ୟ ହାତେଇଛନ୍ତି।ଠିକ ସେହିଭଳି ଭିନ୍ନକ୍ଷମ ପରମାମନ୍ଦ ପ୍ରଧାନଙ୍କୁ ଷ୍ଟାର ବଡ଼ି ବିଲଡର ପୁରସ୍କାର ଦିଆଯାଇଛି।

ଏହି ଦିନିକିଆ ଏନପିସି ଓଡିଶା ବଡି ବିଲ୍ଡିଂ ଚମ୍ପିୟନସିପରେ ଓଡିଶା ତଥା ଓଡିଶା ବାହାରରୁବଛା ବଛା ୬୦ ଜଣ ବଡି ବିଲଡର ଯୋଗଦେଇଥିଲେ। ଯେଉଁଥିରେ ପୁରଷ ବର୍ଗରେ ୫୬ ଜଣ ଓ ମହିଳା ବର୍ଗରେ ୪ ଜଣ ବଡି ବିଲଡର ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟର ଏହା ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟନସିପ। ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଯାଇଛି। ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ଏହା ଖେଳାଯାଇଛି। ୱମେନ୍ସ ଫିଜିକ, ମେନ୍ସ କ୍ଲାସିକ ଫିଜିକ, ମେନ୍ସ ବଡି ବିଲ୍ଡିଂଗ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲ୍ଡିଂ ଭଳି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତାର ଖେଳାଯାଇଥିଲା। ପ୍ରତିଯୋଗିତାରେ ୬ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ତେବେ ଏନପିସି ବଡି ବିଲ୍ଡିଂ ଫେଡରେସନ ବିଶ୍ୱର ଏକମାତ୍ର ଅମେଚ୍ୟର ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି ଆଇଫବିବି (ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ)ଦ୍ୱାରା ସ୍ୱୀକୃତି ପ୍ରାପ୍ତ। ଏହି ପ୍ରତିଯୋଗିତାକୁ ୫ ଜଣ ଜାତୀୟ ସ୍ତରର ଜଜ ପରିଚାଳନା କରୁଥିଲେ।