ଭୁବନେଶ୍ୱର,ଏନ୍ଏନ୍ଏସ୍: ଖେଳିବାକୁ ଆସି ଜଣେ ଆଥଲେଟ ନିର୍ଯାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ରାଉଲକେଲାର ସଂପୃକ୍ତ ଜୁନିଅର ଆଥଲେଟ୍ ଙ୍କୁ ସିନିୟର ନିର୍ଯାତନା ଦେଇଥିବାର ସୁଚନା ମିଳିଛି। ରାଉଲକେଲାର ୨ ଓ ପୋଷ୍ଟାଲର ଜଣେ ସିନିଆ ଆଥଲେଟଙ୍କ ନାଁରେ ଅଭିଯୋଗ ହୋଇଥିଲା।
ତେବେ ବର୍ତ୍ତମାନ ଏହି ୩ ସିନିୟର ଆଥଲେଟଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ୍। ସୁଚନା ଅନୁସାରେ ପିଡ଼ିତାଙ୍କୁ ଧରି ଡ଼ିସିପିଙ୍କୁ ଭେଟିବା ପରେ ଇନଫୋସିଟି ଥାନାରେ ରୁଜୁ ହୋଇଥିଲା ମାମଲା।