ଏଥର ଛୁଟି ଦିନରେ ବି ନେଇପାରିବେ ଟିକା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭ୍ୟାକ୍ସିନ ଅଭିଯାନକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏବେ ପ୍ରତିଦିନ ଟିକା ଦିଆଯିବ। ଖାସ୍ କଥାଟି ହେଲା, ସରକାରୀ ଛୁଟି ଦିନରେ ମଧ୍ୟ ଟିକା ଲଗାଯିବ। ଏଥିସହିତ ଦ୍ୱିପ୍ରହର ୩ଟା ପରେ ରେଜିଷ୍ଟ୍ରେସନ କରିନଥିବା ଲୋକଙ୍କୁ ଟିକା ଦିଆଯିବ।

ସୂଚନାଯୋଗ୍ୟ, ଆଜିଠୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବାର ଅଭିଯାନ ଆରମ୍ଭ ହୋଇଛି। ଦେଶରେ ପାଖାପାଖି ୩୪ କୋଟି ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଫ୍ରଣ୍ଟଲାଇନ ୱାର୍କର୍ସ, ବୃଦ୍ଧ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ଗମ୍ଭୀର ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦିଆଯାଉଥିଲା। କିନ୍ତୁ କରୋନାରେ ବଢ଼ୁୂଥିବା ମାମଲାକୁ ଦୃଷ୍ଟିରେ ରଖି ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ନିଆଯାଇଛି।