ଜୁଲାଇରୁ ପିଲାଙ୍କ ଉପରେ ‘ନୋଭାଭେକ୍ସ’ ଭ୍ୟାକ୍ସିନର ଟ୍ରାଏଲ

ନୂଆଦିଲ୍ଲୀ: କୋଭାକ୍ସିନ ପରେ ପିଲାଙ୍କ ଉପରେ ନୋଭାଭେକ୍ସ ଭ୍ୟାକ୍ସିନ ଟ୍ରାଏଲ କରାଯିବ। ଜୁଲାଇ ମାସରୁ ସିରମ ଇନଷ୍ଟିଚ୍ୟୁଟ ପିଲାଙ୍କ ଉପରେ ଏହି ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ କରିବ। ବୟସ୍କଙ୍କ ଉପରେ ଏହି ଭ୍ୟାକ୍ସିନ ପ୍ରଭାବଶାଳୀ ରହିବା ଯୋଗୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସିରମ ଇନଷ୍ଟିଚ୍ୟୁଟର କହିବାନୁସାରେ, କୋଭିଡ -୧୯ ବିରୋଧୀ ଲଢ଼େଇରେ ନୋଭାଭେକ୍ସ ଭ୍ୟାକ୍ସିନ ଖୁବ୍ ପ୍ରଭାବୀ। ଏହା ଭାଇରସର ସବୁ ଭେରିଏଣ୍ଟ ବିରୋଧରେ ସୁରକ୍ଷା ପ୍ରଦାନ କରିବ। ଏଥିସହିତ ଭ୍ୟାକ୍ସିନ ୯୦.୪ ପ୍ରତିଶତ ଫଳପ୍ରଦ।