ଜମ୍ମୁ-କଶ୍ମୀର: କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଶ୍ରୀନଗରରେ ପହଂଚିଛନ୍ତି। ଏହି ଅବସରରେ ଏକ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, କଶ୍ମୀରରେ ପରିବର୍ତ୍ତନକୁ କେହି ବି ଅଟକାଇ ପାରିବ ନାହିଁ। ଏମିତି ଏକ ଦିନ ଆସିବ ଯେତେବେଳେ ଭାରତର ବିକାଶରେ କଶ୍ମୀର ଯୋଗଦାନ କରିବ। ଆଜି କଶ୍ମୀର ବିକାଶ ପଥରେ ଆଗେଇ ଚାଲିଛି। ଖୁବ୍ ଅଳ୍ପ ସମୟରେ କଶ୍ମୀରରେ ଅଧିକ କାମ ହୋଇଛି। କଶ୍ମୀରରେ ଭୟ, ଭ୍ରଷ୍ଟାଚାର, ଆତଙ୍କବାଦ ଓ ପରିବାରବାଦ ଶେଷ ହୋଇଛି। ଆଗାମୀ ଭବିଷ୍ୟତରେ କଶ୍ମୀର ନେଉଥିବା ନୁହେଁ ଦେଉଥିବା ରାଜ୍ୟରେ ପରିଣତ ହେବ।
ଶାହ ଆହୁରି କହିଛନ୍ତି ଯେ, ମୁଁ ଦୀର୍ଘ ୨ ବର୍ଷ ପରେ କଶ୍ମୀର ଆସିଛି। ଜମ୍ମୁ-କଶ୍ମୀରର ଯୁବବର୍ଗଙ୍କୁ ଭେଟି ମୁଁ ଖୁବ୍ ଆନନ୍ଦ ଅନୁଭବ କରୁଛି। ଖେଳ ଓ ପର୍ଯ୍ୟଟନ ଯୁବବର୍ଗଙ୍କୁ ଯୋଡ଼ୁଛି। ଖେଳ ହିଁ ଯୁବବର୍ଗଙ୍କୁ ବିଜୟ-ପରାଜୟ ଶିଖାଉଛି। କଶ୍ମୀରର ଯୁବବର୍ଗ ପରିବର୍ତ୍ତନ ଚାହୁଁଛନ୍ତି।