ରିଲିଜ ହେଲା ‘ବଣ୍ଟି ଓର ବବଲି ୨’ର ପୋଷ୍ଟର

ନୂଆଦିଲ୍ଲୀ,ଏଜେନ୍ସି: ବଣ୍ଟି ଓର ବବଲି’ର ପ୍ରଥମ ଫିଲ୍ମ ଦେଖିଥିବା ଦର୍ଶକମାନେ ବର୍ତ୍ତମାନ ‘ବଣ୍ଟି ଓର ବବଲି ୨’ର ଅପେକ୍ଷାରେ ରହିଛନ୍ତି। ପୂର୍ବ ପରି ଏହି ଫିଲ୍ମ ମଧ୍ୟ ୟଶରାଜ ବ୍ୟାନରରେ ନିର୍ମିତ ହେଉଛି। ଯେଉଁଥିରେ ବବଲି ଚରିତ୍ରରେ ପୁଣି ଥରେ ରାଣି ମୁଖାର୍ଜୀ ରହିଥିବା ବେଳେ ବଣ୍ଟି ଚରିତ୍ରରେ ଅଭିଷେକ ବଚ୍ଚନଙ୍କ ସ୍ଥାନରେ ସେଫ ଅଲ୍ଲି ଖାନ ନଜର ଆସିବେ। ଏନେଇ ନିକଟରେ ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇଛି।

ୟଶରାଜ ଫିଲ୍ମସ ତରଫରୁ ଇନଷ୍ଟାଗ୍ରାମ୍‌ରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ଏହାର ଟ୍ରେଲର ଓ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତା ୨୫ ତାରିଖରେ ଏହାର ଟ୍ରେଲର ରିଲିଜ ହେବ ଓ ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ ବଡ଼ ପରଦାରେ ଫିଲ୍ମ ରିଲିଜ ହେବ।