ଫିଲ୍ମ ‘ଅନ୍ତିମ’ରେ ସର୍ଦ୍ଦାର ଲୁକରେ ନଜର ଆସିଲେ ସଲମାନ ଖାନ

ନୂଆଦିଲ୍ଲୀ,ଏଜେନ୍ସି: ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍’ ଚଳଚ୍ଚିତ୍ରକୁ ଦର୍ଶକ ମାନେ ଚାହିଁବସିଥିବା ବେଳେ ଆଜି ଏହାର ପୋଷ୍ଟର ରିଲିଜ ହୋଇଛି। ସଲମାନ ଖାନ ଟ୍ୱିଟରରେ ଏହାର ପୋଷ୍ଟର ରିଲିଜ କରିବା ସହିତ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସଲମାନ ଖାନ ଏକ ଭିନ୍ନ ରୂପରେ ନଜର ଆସିବେ। ସଲମାନ ଖାନ ଶିଖ୍ ପଗଡୀ ପିନ୍ଧି ସର୍ଦ୍ଦାର ଲୁକରେ ନଜର ଆସିଛନ୍ତି।

ଏହି ସିନେମାର ଟ୍ରେଲର ଆସନ୍ତା ୨୫ ତାରିଖରେ ରିଲିଜ ହେବାକୁ ଥିବା ବେଳେ ସିନେମାଟି ନଭେମ୍ବର ୨୬ ତାରିଖରେ ବଡ଼ ପରଦାରେ ରିଲିଜ ହେବ। ଏହି ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର(ଆୟୁଷ) ସହ ସଂଘର୍ଷର ଏହି କାହାଣି ଯିଏ ଏକ କ୍ଷେତ୍ର ଉପରେ ଶାସନ କରିବାକୁ ଚାହୁଁଛି, ଓ ଏକ ପୁଲିସ (ସଲମାନ) ଯିଏ ଗ୍ୟାଙ୍ଗଷ୍ଟରକୁ ରୋକିବାକୁ ଚେଷ୍ଟା କରୁଛି। ମହେଶ ମାଞ୍ଜରେକର ନିର୍ଦ୍ଦେଶନାରେ ସଲମାନ ଖାନ ଫିଲ୍ମସ ଦ୍ୱାରା ଏହି ସିନେମା ପ୍ରସ୍ତୁତ ହୋଇଛି।