ନୂଆଦିଲ୍ଲୀ: ଋଷ ସେନା ୟୁକ୍ରେନର ଦ୍ୱିତୀୟ ସବୁଠୁ ବଡ଼ ସହର ଖାରକୀଭରେ ଜୋରଦାର ବୋମାମାଡ଼ ଜାରି ରଖିଛି। ଏହାସହ ଋଷ ସେନା ୟୁକ୍ରେନ ରାଜଧାନୀ କୀଭର ନିକଟତର ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ଏହାକୁ ଯୁଦ୍ଧ ଅପରାଧ କହିଛନ୍ତି । ଖାରକୀଭ ଉପରେ ଆକ୍ରମଣ ଆତଙ୍କବାଦୀ ଆକ୍ରମଣ ସଦୃଶ ଏବଂ ଋଷ ଆତଙ୍କବାଦୀ ଦେଶ ବୋଲି ଜେଲେନସ୍କୀ କହିଛନ୍ତି ।
ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ୟୁରୋପିୟନ ୟୁନିୟନକୁ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି ଯେ, କେହି ଆମକୁ ଭାଙ୍ଗି ପାରିବ ନାହିଁ । ଆମେ ଆମ ମାଟି ପାଇଁ ଲଢ଼ିବୁ । ଋଷ ସାଧାରଣ ଲୋକଙ୍କ ଉପରେ ମିସାଇଲ ମାଡ଼ କରିଛି । କ୍ରୁଜ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି । ସେମବାର ଋଷ ୧୬ ଶିଶୁଙ୍କ ହତ୍ୟା କରିଛି । ୟୁରୋପିୟନ ୟୁନିୟନ ପ୍ରମାଣ କରୁ କି ସେ ଆମ ସହିତ ରହିଛି ।