ୟୁକ୍ରେନରେ ଜୀବନ ହାରିଥିବା ନବୀନଙ୍କ ପିତାଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ପିତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ନବୀନଙ୍କ ମୃତ୍ୟୁରେ ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ନବୀନ ୨ ଦିନ ପୂର୍ବରୁ ପିତାଙ୍କ ସହ ଭିଡିଓ କଲ ଜରିଆରେ କଥା ହୋଇଥିଲେ । ଏହିି ସମୟରେ ନିଜ ଧ୍ୟାନ ରଖିବା ସହ ମିଳିମିଶି ରହିବାକୁ ନବୀନଙ୍କୁ ପିତା ପରାମର୍ଶ ଦେଇଥିଲେ । ତାଙ୍କୁ ୟୁକ୍ରେନରୁ ଆଣିବା ପାଇଁ ଭାରତୀୟ ଏମ୍ବେସୀ ପ୍ରୟାସ ଜାରି ରଖିଥିବା ପିତା କହିଥିଲେ ।