ଅର୍ଥନୀତିରେ ୩ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଆଜି ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏଥର ଏହି ପୁରସ୍କାର ଆମେରିକାର ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ମିଳିବ । ସେମାନେ ହେଲେ ବେନ୍ ବେର୍ଣ୍ଣାନକେ, ଡଗଲାସ ଡାଇମଣ୍ଡ ଓ ଫିଲିଫ ଡିଭିଗ । ଅର୍ଥବ୍ୟବସ୍ଥାରେ ବ୍ୟାଙ୍କର ଭୂମିକା ବୁଝାଇବାରେ ଉପରୋକ୍ତ ୩ଜଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।