ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ କଂଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରାକୁ ରୋକି ଶୋକବ୍ୟକ୍ତ କରିଛି । ଚିତ୍ରଦୁର୍ଗ ଜିଲ୍ଲାର ହିରିୟୁରରେ ମୁଲାୟମ ସିଂହ ଯାଦବଙ୍କ ଫଟୋ ସମ୍ମୁଖରେ ରାହୁଲ ହାତଯୋଡ଼ି ନମନ କରୁଥିବା ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଲାୟମ ସିଂହ ଯାଦବଙ୍କ ନିଧନ ଏକ ଦୁଃଖଦ ସମାଚାର । ସେ ଭୂମି ସହ ଜଡ଼ିତ ଥିବା ରାଜନୀତିର ଜଣେ ପ୍ରକୃତ ଯୋଦ୍ଧା ଥିଲେ । ମୁଁ ଅଖିଳେଶ ଯାଦବଙ୍କ ସମେତ ସମସ୍ତ ଶୋକାକୁଳ ପରିଜନଙ୍କ ପ୍ରତି ଗଭୀର ଶୋକବ୍ୟକ୍ତ କରୁଛି ।