‘ମୋଦୀ ସରନେମ’ ମାମଲାରେ ପୁଣି ରାହୁଲଙ୍କୁ ଝଟକା

ଗୁଜରାଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ ମାମଲାରେ ପୁଣି ଝଟକା ଲାଗିଛି । ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲଙ୍କୁ ସୁରତ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିନାହାନ୍ତି । ମାମଲାକୁ ଶୁଣିବା ପରେ ରାହୁଲଙ୍କୁ ମିଳିଥିବା ସଜାକୁ ଜଜ୍ ରୋବିନ ମୋଘରା କାୟମ ରଖିଛନ୍ତି । ଆଉ ଏବେ ରାହୁଲଙ୍କୁ ନିଜ ପକ୍ଷକୁ ନେଇ ଗୁଜରାଟ ହାଇକୋର୍ଟ ଯିବାକୁ ପଡ଼ିବ ।

ଏହି ମାମଲାର ଶୁଣାଣୀ ପରେ କଂଗ୍ରେସ ସଚିବ ଜୟରାମ ରମେଶ କହିଛନ୍ତି ଯେ, ଆଇନ ଅନ୍ତର୍ଗତ ଆମ ପାଖରେ ଯାହା ବି ବିକଳ୍ପ ଉପଲବ୍ଧ ରହିଛି ଆମେ ତା’ର ଉପଯୋଗ କରିବୁ ।