ଭାରତ ଯାତ୍ରା କରିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଭାରତ ଯାତ୍ରା କରିବେ । ବିଲାବଲଙ୍କ ଏହି ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ । ୨୦୧୪ରେ ତତ୍କାଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ପରେ ଏହା କୌଣସି କ୍ଷମତାଧାରୀ ପାକିସ୍ତାନୀ ନେତାଙ୍କ ପ୍ରଥମ ଭାରତ ଯାତ୍ରା ।

ସୂତ୍ର ମୁତାବକ, ଭାରତରେ ଆସନ୍ତା ୪ ଓ ୫ ତାରିଖରେ ଚୀନ ନେତୃତ୍ୱାଧୀନ ସଂଘାଇ କୋ-ଅପରେସନ ଅର୍ଗାନାଇଜେସନ(ଏସସିଓ)ର ବୈଠକ ହେବ । ଏହି ଅର୍ଗାନାଇଜେସନରେ ଚୀନ, ଋଷ, କଜାକିସ୍ତାନ, ଉଜବେକିସ୍ତାନ, କିର୍ଗିସ୍ତାନ ଓ ତଜାକିସ୍ତାନ ସାମିଲ ରହିଛନ୍ତି । ପରେ ଏଥିରେ ଭାରତ ଓ ପାକିସ୍ତାନ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଏସସିଓ ବୈଠକ ଭାରତରେ ହେବା ନେଇ ସ୍ଥିର ହୋଇଥିଲା କିନ୍ତୁ ପାକିସ୍ତାନ ଆପତ୍ତି ଜାହିର କରିଥିଲା । ଆଉ ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।