କରୋନା ଟିକା ଯୋଗୁ ଏବେସୁଦ୍ଧା କାହାରି ମୃତ୍ୟୁ ହୋଇନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ଼ ସୂଚନା ଦେଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି ଯେ, ଟିକାକରଣ ଯୋଗୁ ଏବେସୁଦ୍ଧା କାହାରି ମୃତ୍ୟୁ ହୋଇନାହିଁ। ମୃତ୍ୟୁ ହୋଇଥିବା ନେଇ ଯେଉଁ ସୂଚନା ଆସୁଛି ବିଶେଷଜ୍ଞଙ୍କ ଟିମ୍ ଦ୍ୱାରା ତା’ର ନିମ୍ନସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି। ଏଥିସହ ଭ୍ୟାକ୍ସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ସିଏସଆଇଆର ଓ ସିଏସଆଇଓ ଚଣ୍ଡୀଗଡ଼ ସେଣ୍ଟର ଫର୍ ଏକ୍ସୀଲେନ୍ସ ଫର ଇଣ୍ଟଲିଜେଣ୍ଟ ସେନ୍ସର୍ସ ଏଣ୍ଡ ସେଣ୍ଟର୍ସରେ ଗଣମାଧ୍ୟମ ସହ ଆଲୋଚନା ମାଧ୍ୟମରେ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ, ଟିକାକରଣର ପରିଣାମ ଖୁବ୍ ଭଲ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୪.୫ କୋଟି ଲୋକ ଟିକା ନେଇ ସାରିଲେଣି। ଏଥିସହିତ ଆମେ ୭୬ଟି ଦେଶକୁ ୬ କୋଟି ଡୋଜ୍ ପଠାଇ ସାରିଛୁ। ଟିକା ନେବା ପାଇଁ ଲୋକଙ୍କୁ ପ୍ରେରିତ କରିବା ଲାଗି ଆମେ ଅଭିଯାନ ମଧ୍ୟ ଜାରି ରଖିଛୁ।