ଭଡ଼ାରେ ୨ଟି ଘର ନେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ନନ୍ଦୀଗ୍ରାମରେ ସ୍ଥାନୀୟ ପ୍ରସଙ୍ଗ ଉଠାଇ ବିଜେପି ମମତାଙ୍କୁ ବାହାରର ବୋଲି କହିଥିଲା। ସେଥିପାଇଁ ମମତା ଏକ ବଡ଼ ପଦକ୍ଷେପସ୍ୱରୂପ ନନ୍ଦିଗ୍ରାମରେ ୨ଟି ଭଡ଼ା ଘର ନେଇଛନ୍ତି ଯେଉଁଠି ଏବେ ସେ ରହିବେ ବୋଲି ଜଣାପଡ଼ିଛି।

ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ବାହାରର କହିବା ପରେ ନିଜ ଉପରୁ ଏହି ଟ୍ୟାଗ୍ ହଟାଇବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି। ମମତା ନନ୍ଦୀଗ୍ରାମର ରୋୟାପାଡ଼ା ଅଞ୍ଚଳରେ ୨ଟି ଘର ଭଡ଼ାରେ ନେଇଛନ୍ତି।

ସୂଚନାଯୋଗ୍ୟ, ନନ୍ଦୀଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନ କ୍ଷେତ୍ର ହୋଇଥିବାବେଳେ ଏଥର ସେଠାରେ ତାଙ୍କୁ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ।