୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ଶୂନ…

ନୂଆଦିଲ୍ଲୀ,ଏଜେନ୍ସି: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋଭିଡ-୧୯ରେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଏ ନେଇ ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ଆଜି ଦିଲ୍ଲୀରେ ମୋଟ ୩୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ଭିତରେ କୌଣସି କରୋନା ଆକ୍ରାନ୍ତର ମୃତ୍ୟୁ ହୋଇନାହିଁ।

ଦିଲ୍ଲୀ ସରକାରଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୨୩୩ ରହିଥିବା ବେଳେ ୭୩ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାରରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪୨୦୦ କେସ୍ ଆସିଥିବା ବେଳେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।