ପୃଥିବୀର ୧୨ ଦେଶକୁ ଏଯାଏ ଛୁଇଁ ପାରିନାହିଁ କରୋନା

ନୂଆଦିଲ୍ଲୀ, ଏଜେନ୍ସି : ୨୦୧୯ ଡିସେମ୍ବର ମାସରେ ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭୂତାଣୁ ମାତ୍ର ୬ ମାସ ମଧ୍ୟରେ ବିଶ୍ୱକୁ ଏକ ପ୍ରକାର ପଙ୍ଗୁ କରିଦେଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧ କୋଟି ୩୦ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱରେ ମୃତ୍ୟୁ ସଂଖ୍ୟା ପାଖାପାଖି ୬ ଲକ୍ଷରେ ପହଞ୍ଚିସାରିଲାଣି। ତେବେ ୭୦ ଲକ୍ଷରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ଲାଭ କରି ସାରିଲେଣି। କରୋନା ନିମନ୍ତେ କୌଣସି ଔଷଧ ବାହାରିନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିଥିବା ବିଶ୍ୱର ୧୨ଟି ଦେଶ ହେଲା ତୁର୍କମେନିସ୍ତାନ, ସଲୋମନ ଦ୍ୱୀପ, ଧାନୌତ୍, ସାମଆ, କିରିବାଟୀ, ଫେଡେରେଟେଡ୍ ଷ୍ଟେଟ୍ସ ଅଫ୍ ମାଇକ୍ରୋନେସିଆ, ଉତ୍ତରକୋରିଆ, ଟୋଙ୍ଗା, ମାର୍ଶାଲ ଦ୍ୱୀପପୁଞ୍ଚ, ପାଲାଉ, ଟୁଭାଲୁ ଓ ନାଇରୁ। ବିଶ୍ୱର ସେହି ୧୨ଟି ଦେଶର ଜନସାଧାରଣ ଅତ୍ୟନ୍ତ ସ୍ୱାଭାବିକ ଭାବରେ ସେମାନଙ୍କର ଜୀବନଯାତ୍ରା ଅବ୍ୟାହତ ରଖିଛନ୍ତି।