କାଟ୍ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଆଣିଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଛି । ଧ୍ୱନିମତ ବଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡ଼ିଛି । କିନ୍ତୁ ଧ୍ୱନିମତ ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ ।

ପାଖାପାଖି ୨ ଘଣ୍ଟା କହିବା ପରେ ବି ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ବାସ୍ତବରେ କିନ୍ତୁ ମୋଦୀ ଭାଷଣର ଶେଷ ଆଡ଼କୁ ମଣିପୁର ହିଂସା ସମ୍ବନ୍ଧରେ ବିସ୍ତୃତ ଭାବେ ବୟାନ ଦେଇଥିଲେ।