ଅଧୀର ରଞ୍ଜନ ଚୌଧୁରୀ ସସପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ସସପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି । ପ୍ରିଭିଲେଜ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଧୀର ସସପେଣ୍ଡ ରହିବେ । ଅଧୀରଙ୍କ ଆଚରଣ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆପତ୍ତି ଉଠାଇଥିଲେ । ବାଚସ୍ପତିଙ୍କ କଥାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସହମତ ହୋଇଥିଲେ । ପରେ ଧ୍ୱନିମତ ବଳରେ ଅଧୀର ସସପେଣ୍ଡ ହୋଇଥିଲେ ।