ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୋଦୀଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆଜି ୩ୟ ଦିନରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦୀ ସଂସଦକୁ ସମ୍ବୋଧିତ କରି ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କରିବାକୁ ଭୁଲି ନଥିଲେ । ମୋଦୀ କହିଥିଲେ ଯେ, ଅଧୀର ବାବୁ ଗତଥର ଗର୍ଜୁଥିଲେ ଏଥର କାହିଁକି ଚୁପ୍ ବସିଛନ୍ତି । କଂଗ୍ରେସ ତାଙ୍କୁ କାହିଁକି ସୁଯୋଗ ଦେଲାନି, ସେ ଚୁପଚାପ ବସିଛନ୍ତି । ବୋଧହୁଏ କୋଲକାତା ଅଫିସରୁ ଫୋନ୍ ଆସିଥିବ । ଅଧୀର ବାବୁଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ ।

ଅଗଷ୍ଟ ୯ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଅଗଷ୍ଟ ୧୦ରେ ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ଅନାସ୍ଥା ପ୍ରସ୍ତାବରେ ଏମିତି ଶକ୍ତି ଅଛି ଯାହାକି ମୋଦୀଙ୍କୁ ସଦନକୁ ଟାଣି ଆଣିଛି ବୋଲିି କହିଥିଲେ ।