ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ନୀତିଶ

ପାଟଣା: ନୀତିଶ କୁମାର ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ନୀତିଶଙ୍କୁ ରାଜ୍ୟପାଳ ଫଗୁ ଚୌହନ ପଦ ଓ ଗୋପୀୟତାର ଶପଥପାଠ କରାଇଛନ୍ତି । ଏଥିସହିତ ଆରଜେଡି ନେତା ତେଜସ୍ୱୀ ଯାଦବ ଦ୍ୱିତୀୟଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୂଚନାଯୋଗ୍ୟ, ଶପଥ ଗ୍ରହଣ ସମାରୋହରେ ତେଜସ୍ୱୀ ଯାଦବଙ୍କ ପରିବାରରୁ ରାବଡୀ ଦେବୀ, ତେଜ ପ୍ରତାପ ଯାଦବ ଓ ତେଜସ୍ୱୀଙ୍କ ପତ୍ନୀ ରଚେଲ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୌଣସି ବିଶେଷ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ।